ଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୧: ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ତେଣୁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ଟିକାକରଣ ତ୍ବରାନ୍ବିତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ସମ୍ମୁଖ ଯୋଦ୍ଧା ଭାବେ ସ୍ବାସ୍ଥ୍ୟ କର୍ମୀ, ପୋଲିସ, ପ୍ରାଶାସନିକ ଅଧିକାରୀ ସହ ଗଣମାଧ୍ୟମର ପ୍ରତିନିଧିଙ୍କ ବି ବୁଷ୍ଟର ଡୋଜ୍‌ ଦିଆଯିବା ନେଇ ସେ କହିଛନ୍ତି।

ଅନ୍ୟପଟେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଓ ସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ କରି ପରିସ୍ଥିତିର ମୁକାବିଲା କରିପାରିବା ବୋଲି ସେ କହିଛନ୍ତି।