ଅଫିସରେ ଟିକାଦାନ ପାଇଁ ଚାଲିଛି ବ୍ୟବସ୍ଥା

ଭୁବନେଶ୍ୱର, ୩/୨: ରାଜ୍ୟରେ କରୋନା ସହ ଲଢେ଼ଇ କରିବା ପାଇଁ କରୋନା ଟୀକା ଆସିଛି । ଏହାରି ମଧ୍ୟରେ ୧ ଲକ୍ଷ ୯୨ ହଜାର ଫ୍ରଣ୍ଟଲାଇନ ଓ୍ଵାର୍କରଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କୁ ସେମାନଙ୍କ ଅଫିସରେ ଟିକାଦାନ ପାଇଁ ବ୍ୟବସ୍ଥା ହେଉଛି । ୩ ସପ୍ତାହ ମଧ୍ୟରେ ସେମାନଙ୍କୁ ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।କୋଭାସ୍କିନ ୮୩,୫୦୦ ଓ କୋଭିସିଲ୍ଡ ୬୩,୦୯୦ ଡୋଜ୍ ପହଞ୍ଚିଛି । ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ଏନେଇ ସୂଚନା ଦେଇଛନ୍ତି।