ଆସନ୍ତାକାଲିଠୁ ଆରମ୍ଭ ହେବ କୋଭିଡ୍‌ ଟିକାକରଣ

ଭୁବନେଶ୍ୱର, ୧୫/୧: ଆସନ୍ତାକାଲିଠୁ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଭୁବନେଶ୍ବରରେ ୬ଟି ସ୍ଥାନରେ  ଟିକାକରଣ ହେବ। ପୂର୍ବରୁ ୫ଟି ସ୍ଥାନ ସହିତ ଏମ୍‌ସରେ ବି ହେବ ଟିକାକରଣ । ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଭୁବନେଶ୍ବରରେ କେବଳ କୋଭାକ୍‌ସିନ୍‌ ଟିକା ହିଁ ଦିଆଯିବ ବୋଲି ସୂଚନା ମିଳିଛି। ଭୁବନେଶ୍ବରରେ ୯ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଏନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।