କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ରହିବ ୨୮ ଦିନ

ଭୁବନେଶ୍ୱର, ୨୮/୧୨: ରାଜ୍ୟରେ ଏବେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହାରିମଧ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ପିଲା ଯେଉଁମାନଙ୍କ ଜନ୍ମ ୨୦୦୭ ଜାନୁଆରୀ ୧ ପୂର୍ବରୁ ହୋଇଥିବ ସେହିମାନେ ଟିକା ନେବା ଯୋଗ୍ୟ ହେବେ । ଟିକାକରଣ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା କରାଯିବ । ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ଚିହ୍ନଟ ହେବ । ଯେଉଁଠି ସୁବିଧା ହେବ କିଶୋରଙ୍କ ଟିକା ଅଲଗା କରାଯିବ ନ ହେଲେ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକାକରଣ ଚାଲିଛି ସେହିଠାରେ ଅଲଗା ଲାଇନ କରି ଟିକା ଦିଆଯିବ । କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ ।