ରାଜ୍ୟରେ ୨୫ଲକ୍ଷ ୫୩ ହଜାର ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର, ୨୭/୧୨:ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ  ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ୨୫ଲକ୍ଷ ୫୩ ହଜାର ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ଲକ୍ଷ ୩୭ହଜାର ଲୋକଙ୍କୁ ଦିଆଯିବ ପ୍ରିକସନ ଡୋଜ । ୧୫ରୁ ୧୮ ବର୍ଷ ଯେଉଁମାନେ ଟିକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ। ଦରକାର ହେଲେ ଶିକ୍ଷାନୁଷ୍ଠାନରେ ଟିକାକରଣ ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି।