ଶିଶୁଙ୍କ ସଂକ୍ରମଣ ରୋକିବା ନେଇ ପରାମର୍ଶ ଦେଲେ DMET

ଭୁବନେଶ୍ୱର, ୧୮/୮: କରୋନା ର ତୃତୀୟ ଲହରରେ ଶିଶୁମାନେ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ତେଣୁ ଶିଶୁଙ୍କ ସଂକ୍ରମଣ ରୋକିବା ନେଇ DMET ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଶିଶୁଙ୍କ ସଂକ୍ରମଣ ରୋକିବାକୁ ହେଲେ ଅଭିଭାବକ ଓ ଶିକ୍ଷକଙ୍କୁ ସତର୍କ ରହିବାକୁ ପଡ଼ିବ।
ଅଭିଭାବକ, ପାଖ ପଡ଼ୋଶୀ, ଶିକ୍ଷକ ଯତ୍ନଶୀଳ ହେଲେ ଶିଶୁ ସୁରକ୍ଷିତ ରହିପାରିିବେ। ଶିଶୁମାନଙ୍କ ଠାରେ ସିଭିଅରିଟି କମ୍ ରହୁଛି ଓ ଅନେକ ଲକ୍ଷଣହୀନ ମଧ୍ୟ ରହୁଛନ୍ତି।  ଶିଶୁଙ୍କ ସଂକ୍ରମଣ ଆଶା କମ୍ ଓ କିନ୍ତୁ ଶୂନ ବୋଲିି କହି ହେବନି।

ସେହିପରି ଅନ୍ୟପଟେ ଶିଶୁଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ୧ମ ଓ ୨ୟ ଲହରରେ ଶୂନରୁ ୧୦ ବର୍ଷର ୩.୫% ଶିଶୁ ଆକ୍ରାନ୍ତ ହେଉଥିଲେ। ୧୦ରୁ ୧୮ ବର୍ଷର ୮ରୁ ୮.୫% ପିଲା ପଜିଟିଭ୍ ହେଉଥିଲେ। ଶିଶୁମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ ଓ ହସ୍ପିଟାଲ ଯିବା ମଧ୍ୟ କମ୍ ପଡିଥାଏ।ICU ଯିବା ପିଲାଙ୍କ ସଂଖ୍ୟା ଢେର୍ କମ୍ ରହିଛି ବୋଲି ସେ କହିଛନ୍ତି।