୧ କୋଟି ଲୋକଙ୍କୁ ଦିଆସରିଲାଣି ପ୍ରଥମ ଡୋଜ ଟିକା

ଭୁବନେଶ୍ୱର, ୪/୭:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ପ୍ରକ୍ରିୟା କୁ ଜୋରଦାର କରାଯାଇଛି। ଏହାରିମଧ୍ୟରେ କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ କରିଛି । ଆଜି ସୁଦ୍ଧା ୧ କୋଟି ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆସରିଛି। ଏନେଇ ଟୁଇଟ କରି ଓଡ଼ିଶାବାସୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।