ଏଣିକି ଗର୍ଭବତୀ ମହିଳା ନେଇପାରିବେ ଟିକା

ଭୁବନେଶ୍ୱର, ୨/୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ପ୍ରକ୍ରିୟା କୁ ଜୋରଦାର କରାଯାଇଛି। କିନ୍ତୁ ଆଗରୁ ଗର୍ଭବତୀ ମହିଳା ଟିକା ନେବା ପାଇଁ ଅନୁମତି ନଥିଲା। ଏବେ କିନ୍ତୁ ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କୋୱିନ ଆପରେ ପଞ୍ଜିକରଣ କରିପାରିବେ ଗର୍ଭବତୀ ମହିଳା । ନାମ ପଞ୍ଜିକରଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।