ଆସନ୍ତା ୧ ଓ ୨ତାରିଖରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର, ୩୦/୪: ରାଜ୍ୟରେ କଁ ରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଟିକାକରଣ ଜୋରଦାର ରେ ଚାଲିଛି। ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କୁ ମେ ୧ ରୁ ଟିକାକରଣ  ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୧ ଓ ୨ତାରିଖରେ ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି।ଟିକା ଆସିନଥିବାରୁ ଟିକାକରଣ ବନ୍ଦ ରହିବ । ଟିକା ଆସିଲେ ଆସନ୍ତା ୩ ଠାରୁ ଟିକାକରଣ ଆରମ୍ଭ ହେବ। କୋଭାକ୍ସିନ ଆସିଲେ କେବଳ ଭୁବନେଶ୍ୱରରେ ଟିକାକରଣ ହେବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।