ଟିକା କରଣ ନେଇ ପ୍ରତି ବ୍ଲକରେ ବୁଲିବ ଭ୍ୟାନ

ଭୁବନେଶ୍ୱର,୮/୮: ରାଜ୍ୟରେ ଏବେ କରୋନା ସ୍ଥିତି ନିୟଂତ୍ରଣରେ ଥିଲେ ମଧ୍ୟ ବିପଦ ଟଳିନି । ଟିକା କରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ଦେଉଛି। ଟିକା କରଣ କେନ୍ଦ୍ର ବଢାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏହାସହ ପ୍ରତି ବ୍ଲକରେ ୪ ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ । ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକୋଶନ ଡୋଜ ନେଇ ସାରିଛନ୍ତି । ଯାହାକି ମୋଟ ଲୋକଙ୍କର ୧୪ ପ୍ରତିଶତ । ବାକି ଲୋକଙ୍କୁ ଖୁବ ଶୀଘ୍ର ଟିକା କରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲ୍ଡ ଟିକା ଆସିଛି ।ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ ଟିକା ଆସିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ । ଅବଧି ପୁରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି ୩ ହଜାର ଟିକା କାରଣ କେନ୍ଦ୍ର କାର୍ୟ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି ।