ଆସନ୍ତା ୧୬ ତାରିଖରୁ ୧୨ରୁ୧୪ ବର୍ଷ ବୟସ୍କ ପିଲାଙ୍କୁ କରାଯିବ ଟୀକାକରଣ

ନୂଆଦିଲ୍ଲୀ,୧୪/୩: ଦେଶରେ ଏବେ କରୋନା ସ୍ଥିତି ଗୁରୁତର ନଥିଲେ ମଧ୍ୟ ବିପଦ ଟଳିନି । ତେଣୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ଆସନ୍ତା ୧୬ ତାରିଖଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ନିମନ୍ତେ କୋଭିଡ୍-୧୯ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି । ଏଥିସହ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ବୁଷ୍ଟର୍ ଡୋଜ୍ ନେଇ ପାରିବେ ବୋଲି ମଧ୍ୟ ସେ କହିଛନ୍ତି । ପିଲାମାନଙ୍କର ଅଭିଭାବକମାନଙ୍କୁ ଓ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ସେମାନେ ନିଶ୍ଚୟ ଟିକା ନେବାର ବ୍ୟବସ୍ଥା କରନ୍ତୁ। ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସ୍କମାନଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ‘ପ୍ରିକସନ୍ ଡୋଜ୍’ ବା ‘ବୁଷ୍ଟର୍ ଡୋଜ୍’ ଟିକାକରଣ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ କରୋନା ପାଇଁ ପ୍ରଥମେ ପ୍ରଥମେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟୀକା କରଣ କରାଯାଇଥିଲା । ଏହା ପରେ ୧୮ରୁ ଉର୍ଦ୍ଧ୍ୱଙ୍କୁ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଭାବେ କରାଗଲା ଟୀକାକରଣ ।