ଟିକାକରଣରେ ଓଡ଼ିଶା ଅତିକ୍ରମ କଲା ଆଉ ଏକ ମାଇଲଖୁଣ୍ଟ

ଭୁବନେଶ୍ୱର, ୮/୧: ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି। ତେଣୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ।