ଜଳିଗଲା ବରଯାତ୍ରୀ ବସ, ଜୀବନ୍ତ ଦଗ୍ଧ ହେଲେ ୬ଜଣ

ନୂଆଦିଲ୍ଲୀ,୧୧/୦୩: ଉତରପ୍ରଦେଶ ଗାଜିପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ରାସ୍ତା ଉପରେ ଜଳିଗଲା ବରଯାତ୍ରୀ ବସ। ସେଥିରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ବସ ମଉରୁ ମରଦୋହ ଯାଉଥିବା ସମୟରେ ଶକ୍ତିଶାଳୀ ବିଦ୍ୟୁତ ତାର ବସ ଉପରକୁ ଖସିପଡିଥିଲା । ଫଳରେ ବସଟି ଜଳିବା ସହ ୩୫ଜଣ ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ପହଁଚି ସ୍ଥିତି ନିରିକ୍ଷଣ କରୁଛନ୍ତି । ସେପଟେ ଉଦ୍ଧାର କାମ ଚାଲିଛି ।