ହିମସ୍ଖଳନର ଦଶମ ଦିନ, ମୃତ୍ୟୁ ସଂଖ୍ୟା ୫୮କୁ ବୃଦ୍ଧି

ନୂଆଦିଲ୍ଲୀ, ୧୬/୨:ଗତକିଛି ଦିନ ତଳେ ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ହୋଇଥିଲା। ଏବେ ମଧ୍ୟ ଉତ୍ତରାଖଣ୍ଡ ଚମୋଲିରେ ୧୦ମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟ ବେଳେ ତପୋବନ ଟନେଲରୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ତପୋବନ ଟନେଲ ରୁ ମୃତଦେହ ଉଦ୍ଧାର ହୋଇଛି। ସେଦିନଠୁ ଏଯାଏଁ ୫୮ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ୧୪୬ ଜଣ ନିଖୋଜ ହୋଇଛନ୍ତି।