ଚମୋଲି ଜିଲ୍ଲା ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ ଘଟଣା, ଆକାଶ ମାର୍ଗରୁ ପ୍ରଭାବିତ ଅଂଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ନୂଆଦିଲ୍ଲୀ, ୧/୦୩: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ ଘଟଣା । ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମାନା ଗାଁର ସେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଦେଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଯୋଶୀମଠ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି ।ତେବେ ଗତକାଲି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ହିମସ୍ଖଳନ ହୋଇଥିଲା । ଉଚ୍ଚ ସୀମାନ୍ତ ଗ୍ରାମ ମାନା ନିକଟରେ ପ୍ରବଳ ହିମସ୍ଖଳନ ଯୋଗୁ ଭୟାନକ ସ୍ଥିତି ଉପୁଜିଛି । ବିଆରଓର ୫୭ ଜଣ ଶ୍ରମିକ ବରଫ ଅତଡ଼ା ତଳେ ଫସି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୮ ଜଣ ଏବେବି ବରଫ ତଳେ ଫସି ରହିଛନ୍ତି ।