ବାଚସ୍ପତିଙ୍କୁ ସାକ୍ଷାତ କଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର, ୧୯ା୧୦: ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ବାଚସ୍ପତି ସୂର୍ଯ୍ୟାନାରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ସେଠାରେ ସାକ୍ଷାତ କରିବା ପରେ ବାଚସ୍ପତି ପ୍ରଫେସରଙ୍କୁ ସଂସ୍କୃତି ବିଶ୍ୱବିଦ୍ୟାଳୟର କାର୍ଯ୍ୟାବଳୀ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାପର ବିଶ୍ୱବିଦ୍ୟାଳୟ ଉନ୍ନତି ପାଇଁ ପ୍ରୟାସ ଜାରି ରଖିବାକୁ ବାଚସ୍ପତି ପରାମର୍ଶ ଦେଇଛନ୍ତି । ପ୍ରଫେସର ବାଚସ୍ପତିଙ୍କୁ ସାକ୍ଷାତ କରିବା ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିବା ନେଇ ସୂଚନା ରହିଛି ।