ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ହେଲେପ୍ରସନ୍ନ କୁମାର

ଭୁବନେଶ୍ୱର,୨୦/୨: ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ତାଙ୍କୁ ନିଯୁକ୍ତ କରିଛନ୍ତି।ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୫ ପିଏଚଡି ଏବଂ ୫୬ ଏମଫିଲ୍ ସ୍କଲାରମାନଙ୍କୁ ଗାଇଡ୍ କରିଛନ୍ତି। ସେ ଏବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଅଛନ୍ତି।