ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବ

ନୂଆଦିଲ୍ଲୀ, ୮/୯: ଆଜି ୨୦୨୨ ବିଧାନସଭା ନିର୍ବାଚନରେ ୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ତାଲିକା ଘୋଷଣା କରିଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବ ଦିଆଯାଇଛି। ଉତ୍ତର ପ୍ରଦେଶରେ ଧର୍ମେନ୍ଦ୍ରଙ୍କ ସହାୟତା କରିବେ ୭ ଜଣ ନିର୍ବାଚନ ସହ-ପ୍ରଭାରୀ। ସେମାନେ ହେଉଛନ୍ତି ଅନୁରାଗ ଠାକୁର, ବିବେକ ଠାକୁର, ଅର୍ଜୁନରାମ ମେଘୱାଲ, ସରୋଜ ପାଣ୍ଡେୟ, ଶୋଭା କରନ୍ଦଲାଜେ ସହ-ପ୍ରଭାରୀ, କ୍ୟାପ୍‌ଟେନ ଅଭିମନ୍ୟୁ ଓ ଅନ୍ନପୂର୍ଣ୍ଣା ଦେବୀ।