ନୂଆଦିଲ୍ଲୀ, ୨୭/୦୧: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ କଲା ୟୁସିସି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ UCC (Uniform Civil Code ) ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏଥି ସହିତ ରାଜ୍ୟ ବାହାରେ ରହୁଥିବା ଉତ୍ତରାଖଣ୍ଡର ବାସିନ୍ଦାଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, UCC ସଦଭାବନାପୂର୍ଣ୍ଣ ସମାଜର ମୂଳଦୁଆ ପକାଇବ । ଧର୍ମ, ଜାତି, ଲିଙ୍ଗ ଓ ସଂପ୍ରଦାୟକୁ ନେଇ ଭେଦଭାବ ରହିବ ନାହିଁ । ଉତ୍ତରାଖଣ୍ଡରେ ଏହା ଲାଗୁ ହେବ ବୋଲି ଗତ ମାସରେ ଘୋଷଣା କରିଥିଲେ ଧାମି । ଏନେଇ ପ୍ରସ୍ତୁତି ସରିଛି ଓ ଲାଗୁ କରିବା ପାଇଁ ଯାହା ଯାହା ଦରକାର, ତା ଉପରେ କାମ ହେଉଛି ବୋଲି ସେ କହିଥିଲେ ।