ବିଶ୍ବର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଆମେରିକାରେ ଚାଲିଛି ଭୋଟ ଗ୍ରହଣ

ନୂଆଦିଲ୍ଲୀ, ୫/୧୧: ଆଜି ବିଶ୍ବର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଆମେରିକାରେ ଚାଲିଛି ଭୋଟ ଗ୍ରହଣ। ଜନତା ବାଛୁଛନ୍ତି ନୂଆ ରାଷ୍ଟ୍ରପତି । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ ଓ ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କ ମଧ୍ୟରେ କଡ୍ଡା ଟକ୍କର ।  ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮ ଥିବା ବେଳେ ବହୁମତ ପାଇଁ ଆବଶ୍ୟକ ରହିଛି ୨୭୦ରୁ ଅଧିକ ।  ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରାୟତଃ ତିନି ପ୍ରକାର ରାଜ୍ୟ ଦ୍ୱାରା ଆକାର ପାଇଥାଏ- ରେଡ୍ ଷ୍ଟେଟ୍ସ, ବ୍ଲୁ ଷ୍ଟେଟ୍ସ ଏବଂ ସ୍ୱିଙ୍ଗ ଷ୍ଟେଟ୍ସ  ।  ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ ।  ୧୯୮୦ ପରଠାରୁ ଲଗାତାର ଭାବେ ରେଡ୍ ଷ୍ଟେଟ୍ସରେ ରିପବ୍ଲିକାନ୍ ପ୍ରାର୍ଥୀମାନେ ବିଜୟୀ ହେଉଥିବା ବେଳେ ବ୍ଲୁ ରାଜ୍ୟରେ ୧୯୯୨ ପରଠାରୁ ଡେମୋକ୍ରାଟ୍ ପ୍ରାର୍ଥୀ ମାନେ ଆଧିପତ୍ୟ ବଜାୟ ରଖିଛନ୍ତି । ନିର୍ଣ୍ଣାୟକ ଭୂମିକା ରଖିବ ସ୍ବିଙ୍ଗ ଷ୍ଟେଟ ।