ପ୍ରକାଶ ପାଇଲା ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର,୧୬/୦୪: ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ । ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି ।ନିଯୁକ୍ତି ପାଇଁ ମୋଟ ୧୦୧୬ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି। ୩୫୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଅସ୍ଥାୟୀ ଭାବରେ ରଖାଯାଇଛି ।ମୋଟ ୩୪୭ ସାଧାରଣ ପ୍ରାର୍ଥୀ, ୧୧୬ ଇଡବ୍ଲୁଏସ ବର୍ଗ ପ୍ରାର୍ଥୀ, ୩୦୩ ଓବିସି, ୧୬୫ ଏସସି ଏବଂ ୮୬ ଏସଟି ପ୍ରାର୍ଥୀ ମନୋନୀତ ହୋଇଛନ୍ତି।

ପ୍ରଜ୍ଞାନାନନ୍ଦ ଗିରି-ରାଙ୍କ ୨୪
ଆୟୁଷି ପ୍ରଧାନ- ରାଙ୍କ ୩୬
ଜୟଶ୍ରୀ ପ୍ରଧାନ- ରାଙ୍କ ୫୨
ଅଭିମନ୍ୟୁ ମଲ୍ଲିକ- ରାଙ୍କ ୬୦
ଅମ୍ରିତାଂଶୁ ନାୟକ- ରାଙ୍କ ୧୧୦
ଯଶୋବନ୍ତ ମଲ୍ଲିକ- ରାଙ୍କ ୧୧୫
ପଦ୍ମନାଭ ମିଶ୍ର- ରାଙ୍କ ୧୭୬
ଶୁଭ୍ରା ପଣ୍ଡା- ରାଙ୍କ ୨୦୪

ତାନିଆ ମିଶ୍ର- ରାଙ୍କ ୨୬୯

ଅନନ୍ୟା ରଣା- ରାଙ୍କ ୨୮୦
ତନିଶା ମିଶ୍ର- ରାଙ୍କ ୩୦୩
ରଶ୍ମୀ ପ୍ରଧାନ- ରାଙ୍କ ୩୧୯
ବିଶ୍ୱଜିତ୍ ପଣ୍ଡା- ରାଙ୍କ ୪୪୩

ପ୍ରିୟଙ୍କା ପ୍ରିୟଦର୍ଶିନୀ- ରାଙ୍କ ୩୮୭
ସନ୍ତୋଷ କୁମାର ପାତ୍ର-୪୦୯
ସୌରଭ ଦାସ- ରାଙ୍କ ୪୬୬
ରାକେଶ କୁମାର ସାହୁ- ରାଙ୍କ ୫୭୫
ନୟନ ରଞ୍ଜନ ଦାସ- ରାଙ୍କ ୫୮୧