ଆଜି ୟୁପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୧୦/୧୦: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କୌଣସି ପରୀକ୍ଷା ହୋଇପାରୁ ନଥିଲା । ଏବେ ଟିକେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିଥିବାରୁ ଆସ୍ତେ ଆସ୍ତେ ସବୁ କିଛି ସ୍ୱାଭାବିକ ହେଉଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ୨୦୨୧ ବର୍ଷର ସିଭିଲ୍‌ ସର୍ଭିସେସ୍‌ ପ୍ରିଲିମିନାରି ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ଆଜି ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ। ଓଡ଼ିଶାର କଟକ ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ୟୁପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ଜୁନ୍‌ ୨୭ରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇ ଥିଲା। ଏହି ପରୀକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି।