ଭାରତର ଅନେକ ସହରରେ ଅଚାନକ UPI ସର୍ଭିସ ସେବା ଠଫ୍

ନୂଆଦିଲ୍ଲୀ,୧୨/୦୪: ବର୍ତ୍ତମାନ ଦିନକୁ ଦିନ ଇ-ବ୍ୟାଙ୍କିଙ୍ଗ୍‌ ସେବା ବଢି ବଢି ଚାଲିଛି । ସାଧାରଣତଃ ପରିବା ଦୋକାନିଠୁ ନେଇ ସପିଙ୍ଗ୍ ମଲ୍ ପର୍ଯ୍ୟନ୍ତ ସବୁଠି UPI ସ୍କାନରର ବ୍ୟବସ୍ଥା ରହିଛି । ଲୋକମାନେ ପାଖରେ କ୍ୟାସ୍‌ ରଖିବାକୁ ଆଉ ପସନ୍ଦ କରୁନାହାଁନ୍ତି । ଗୋଟିଏ କ୍ଲିକ୍‌ରେ ପେମେଣ୍ଟ କରିବା ସମସ୍ତଙ୍କର ପସନ୍ଦ ପାଲଟିଛି । କିନ୍ତୁ ଏହାରି ଭିତରେ ଭାରତର ଅନେକ ସହରରେ ଅଚାନକ UPI ସର୍ଭିସ ସେବାରେ ବାଧା ଉପୁଜିଛି । ଏହା ଦ୍ୱାରା ବ୍ୟବହାରକାରୀମାନେ UPI ଦ୍ୱାରା ପେମେଣ୍ଟ୍‌ କରିପାରୁନାହାଁନ୍ତି । ଏହି ସମସ୍ୟାକୁ ଟ୍ରାକ୍‌ କରୁଥିବା ୱେବ୍‌ସାଇଟ୍‌ ଡାଉନ୍‌ଡିଟେକ୍ଟର ମଧ୍ୟ ଏହାର ସୂଚନା ଦେଇଛି । ହଠାତ୍ UPI ସର୍ଭିସ ଠଫ୍ ହୋଇଯିବାରୁ Paytm,PhonePe ଏବଂ Google Pay ବ୍ୟବହାରକାରୀମାନେ UPI ପେମେଣ୍ଟ କରିପାରୁନାହାଁନ୍ତି । ହଠାତ୍‌ ଏହି ସେବାରେ ବାଧା ସୃଷ୍ଟି ହେବାରୁ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡାଉନ୍‌ଡିଟେକ୍ଟରର ସୂଚନା ଅନୁସାରେ ଏହି ସମସ୍ୟା ପାଖାପାଖି ଆଜି ଦିନ ୧୨ଟାରୁ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *