ଏଣିକି ଆପଣଙ୍କ ଭଏସ ବ୍ୟବହାର କରି UPIରେ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୭/୦୯: ୟୁପିଆଇ ଦ୍ୱାରା ଟଙ୍କା ପଠାଇବା ବହୁତୁ ସହଜ ହେଇଯାଇଛି। ଏବେ ୟୁପିଆଇରେ ଆଉ ଏକ ନୂଆ ଫିଚର ଆରମ୍ଭ ହେବାକୁ ଯାଉଛି, ତାହା ଟଙ୍କା ପଠାଇବାକୁ ଆହୁରି ସରଳ କରିବ । ଏହି ନୂଆ ଫିଚର ଜରିଆରେ ଆପଣ ଖୁବ୍ ଶୀଘ୍ର ଟେକ୍ସଟ୍ ଆଧାରିତ କମାଣ୍ଡ ପରିବର୍ତ୍ତେ ଭଏସ୍ ଆଧାରିତ ଇନପୁଟ୍ ବ୍ୟବହାର କରି ପେମେଣ୍ଟ କରିପାରିବେ।ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୩ ସମୟରେ ୟୁପିଆଇରେ ପେମେଣ୍ଟ ଭଳି ଅନେକ ନୂଆ ଫିଚର ଲଞ୍ଚ କରିଛନ୍ତି। ଏନପିସିଆଇ ଅନୁଯାୟୀ, ନେଣଦେଣକୁ ତ୍ୱରାନ୍ୱିତ କରିବା ପାଇଁ ଉପଭୋକ୍ତାମାନେ ଫଣ୍ଡ ଟ୍ରାନ୍ସଫର କରିବା ଏବଂ ୟୁପିଆଇ ପିନ୍ ଇନପୁଟ୍ କରିବା ପାଇଁ ଭଏସ୍ କମାଣ୍ଡ ଦେଇପାରିବେ ।

ଅନ-କଲ୍ ସୁବିଧା ପାଇଁ ୟୁଜରମାନଙ୍କୁ ଏକ ନମ୍ବର ଡାଏଲ କରିବାକୁ ହେବ ଓ ତାପରେ ଆଇଭିଆର ମାଧ୍ୟମରେ ନିଜର ନେଣଦେଣ ସଂପୂର୍ଣ୍ଣ କରିପାରିବେ ।