ଭୁବନେଶ୍ୱର,୧/୦୨: ଆଜିର ଦୈନନ୍ଦିନ ଜୀବନରେ ପିଲାଠୁ ବୁଢା ୟୁପିଆଇର ବ୍ୟବହାର କରୁଛନ୍ତି । ୟୁପିଆଇ ଆସିବା ପରେ ଟଙ୍କା ନେଣଦେଣ ଆହୁରି ସହଜ ହୋଇଛି । ଦେଶରେ ଦିନକୁ କୋଟି କୋଟି ଲୋକ ୟୁପିଆଇ ଟ୍ରାନଜାକ୍ସନ କରୁଛନ୍ତି । ହଜାର ହଜାର କୋଟି ଟଙ୍କାର ଦେଣନେଣ ହେଉଛି। ଦିଲ୍ଲୀ-ମୁମ୍ବାଇ ଭଳି ବଡ ସହର ନୁହେଁ, ଛୋଟ ଛୋଟ ସହର ଓ ଗାଁରେ ୟୁପିଆଇର ବ୍ୟବହାର ବଢିଛି । ଏହାରି ଭିତରେ ଆଜିଠାରୁ ୟୁପିଆଇ ପେମେଣ୍ଟରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ନିୟମ ଅନୁସାରେ, ନୂଆ ୟୁପିଆଇ ଆଇଡିରେ ପୂର୍ବରୁ ସ୍ପେଶାଲ କ୍ୟାରେକଟର ରହିବ ନାହିଁ । କେବଳ ଆଲଫାବେଟ୍ ଓ ନ୍ୟୁମେରିକ ବ୍ୟବହାର କରିହେବ। ଯଦି କୌଣସି ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରାଯିବ, ତାହେଲେ ପେମେଣ୍ଟ କରିପାରିବେ ନାହିଁ। ତେବେ ଏହାର ପ୍ରଭାବ ସିଧାସଳଖ ୟୁଜରଙ୍କ ଉପରେ ପଡ଼ିବ। ତେବେ ଏନସିପିଆଇ ପକ୍ଷରୁ ୟୁପିଆଇରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ।