ୟୁପିଆଇ ଏଟଏମ୍ ଲଞ୍ଚ, ଏଣିକି ବିନା ଏଟିଏମ କାର୍ଡରେ ଉଠାଇ ହେବ ଟଙ୍କା

ଭୁବନେଶ୍ୱର,୧୨/୦୯: ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି । ଏଣିକି ଆପଣ ଏଟିଏମ କାର୍ଡ ଭୁଲିଗଲେ ବି ମୋବାଇଲ ବ୍ୟବହାର କରି ୟୁପିଆଇରେ ଉଠାଇପାରିବେ ଟଙ୍କା । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିିନଟେକ୍ ଫେଷ୍ଟରେ ଏହାକୁ ପ୍ରଦର୍ଶନ କରାଯାଇଛି । ଜାପାନର ହିଟାଚି ପେମେଣ୍ଟ ସର୍ଭିସ୍ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ସହଭାଗୀତାରେ ଏହା କାର୍ଯ୍ୟ କରୁଛି । ଏହାକୁ ହ୍ୱାଇଟ୍ ଲେବଲ ଏଏଟିଏମ୍ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ୱାରା ୟୁଜର୍ସଙ୍କୁ ଏକାଧିକ ଆକାଉଣ୍ଟରୁ ୟୁପିଆଇ ଆପ୍ ଜରିଆରେ ଟଙ୍କା ଉଠାଣ କିମ୍ବା ପେମେଣ୍ଟ କରିବାର ସୁବିଧା ମିଳିବ ।

ଏହି ମୋଡରେ ଟଙ୍କା ଉଠାଣ ଭାରି ସହଜ । ଏଥିରେ ୟୁପିଆଇ ପିନ୍ ଲେଖିବା ପରେ ଆପଣଙ୍କ ହାତକୁ ଏଟିଏମରୁ ଟଙ୍କା ଆସିଯିବ ।