ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ହେଲେ ଉପେନ୍ଦ୍ର ତ୍ରିପାଠୀ

ଭୁବନେଶ୍ୱର, ୨/୮:ପୂର୍ବତନ ପ୍ରଶାସକ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂଆ ଆଡଭାଇଜର ହୋଇଛନ୍ତି ଉପେନ୍ଦ୍ର ତ୍ରିପାଠୀ । ରାଷ୍ଟ୍ରମନ୍ତ୍ରୀ ପାହ୍ୟ ସହ ଏହି ଦାୟିତ୍ୱ ସେ ତୁଲାଇବେ । ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ ଉପେନ୍ଦ୍ର । ୧୯୮୦ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡର IAS ଉପେନ୍ଦ୍ର ତ୍ରିପାଠୀ ନିଜ ରାଜ୍ୟ ପାଇଁ ବିନା ଦରମାରେ କାର୍ଯ୍ୟ କରିବେ । ସୂଚନା ଯୋଗ୍ୟ ଯେ ଶିକ୍ଷାବିତ ବିଜୟ ସାହୁଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଏହି ପଦବୀ।