ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୪/୪: ଦେଶରେ ଏବେ ଅଣଆୟତ ସ୍ଥିତିରେ କରୋନା। କରୋନା କବଜାକୁ ଏବେ ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ ଆସୁଛନ୍ତି। ଏହାରିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ହୋଇଥିବା ସୂଚନା ମିଳିଛି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ  ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।