ଆସନ୍ତାକାଲି ଠାରୁ ଦିଲ୍ଲୀରେ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା

ନୂଆଦିଲ୍ଲୀ, ୧୩/୬: ଦେଶରେ କରୋନା ସ୍ଥିତି ଓ ଦିଲ୍ଲୀରେ ଅସମ୍ଭାଳ ହୋଇଥିବାରୁ ଦିଲ୍ଲୀ ରେ ଲକ ଡା ଉ ନ ଜାରି  ହୋଇଥିଲା। କିନ୍ତୁ ଆସନ୍ତା କାଲି ସକାଳ ୫ଟାରୁ ଦିଲ୍ଲୀରେ ଆରମ୍ଭ ହେବ କୋଭିଡ ଅନ୍‌ଲକ୍ ପ୍ରକ୍ରିୟା। ଦିନ ୧୦ରୁ ରାତି ୮ଟା ଯାଏ ଖୋଲିପାରିବ ସବୁ ମଲ୍‌ ଓ ମାର୍କେଟ କଂପ୍ଲେକ୍ସ । ଅଧା କର୍ମଚାରୀଙ୍କୁ ନେଇ ଦିନ ୯ରୁ ୫ଟା ଯାଏ ଚାଲିବ ଘରୋଇ ଅଫିସ । ଅଧା ଯାତ୍ରୀଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ଓ ବସ୍‌ ସେବା ଚାଲି ପାରିବ।  ସବୁ ଶିକ୍ଷାନୁଷ୍ଠାନ, ସଭାସମିତି, ସୁଇମିଂ ପୁଲ୍‌, ଥିଏଟର ବନ୍ଦ ରହିବ । ଜିମ୍‌, ସ୍ପା, ଯୋଗକେନ୍ଦ୍ର, ପାର୍କ ପୂର୍ବଭଳି ବନ୍ଦ ରହିବ । ସର୍ବସାଧାରଣ ସ୍ଥାନରେ ବିବାହ ଉତ୍ସବ ସଂପୂର୍ଣ୍ଣ ନିଷେଧ ସହ ବିବାହ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିିଳିବ। ଏନେଇ ଘୋଷଣା କରିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।