ଆନ୍ଦୋଳନରୁ ଓହରିଲା ୟୁନିଟ୍ -୧ ପରିବା ବ୍ୟବସାୟୀ ସଂଘ

ଭୁବନେଶ୍ୱର,୧୯/୧୦: ୟୁନିଟ୍ -୧ ପରିବା ବ୍ୟବସାୟୀ ସଂଘ ଆନ୍ଦୋଳନରୁ ଓହରିଥିବା ସୂଚନା ରହିଛି। ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ ସଂଘ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଥିଲା ।ଏହା ପରେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ୟୁନିଟ୍ -୧ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି । ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବୈଠକ ବସିବ ।  ସଂଘର ଦାବି ରହିଛି ଯେ ପରିବା ମାର୍କେଟକୁ ଆସିବାକୁ ଥିବା ରାସ୍ତାରୁ ଜବରଦଖଲ ହଟାଯାଉ । ପୂର୍ବଭଳି ବଡ ଗାଡିକୁ ଏହି ସବୁ ରାସ୍ତାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ।