ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ ୧ ପରିବା ହୋଲ୍‌ସେଲ୍ ମାର୍କେଟ

ଭୁବନେଶ୍ୱର, ୧୦/୨: ଭୁବନେଶ୍ୱର ୟୁନିଟ ୧  ପରିବା ହୋଲ୍‌ସେଲ୍ ମାର୍କେଟ ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି।ପରିବା ହାଟ ସ୍ଥାନାନ୍ତର ପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଛି। ହୋଲ୍‌ସେଲ୍‌ ଲାଗି ସେଠାରେ ସବୁପ୍ରକାର ସୁବିଧା ସୁଯୋଗ, ଭିତ୍ତିଭୂମି ରହିବ। ସହର ମଧ୍ୟରେ ଗହଳି କମାଇବା ସହ ଟ୍ରାଫିସ ସମସ୍ୟା ଦୂର ପାଇଁ ଏହିପରି ପଦକ୍ଷେପ ନିିିଆଯାଇଛି। ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।