ନୂଆଦିଲ୍ଲୀ,୨୦/୦୩: ଗୁଳିକାଣ୍ଡରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଭଣଜା ମୃତ ହୋଇଥିବା ସୂଚନା ମିଳିଛି। ଏହାସହ ଅନ୍ୟଜଣେ ଭାଇ ଏବଂ ମାଆ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ବିହାରର ନଭଗଛିଆରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଭଣଜାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଅନ୍ୟ ଭାଇ ଏବଂ ମାଆ ଆହତ ହୋଇଛନ୍ତି । ପାରସ୍ପରିକ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା । ନଭଗଛିଆ ପୋଲିସ କହିଛି ଯେ ପାଣି ପାଇଁ ବିବାଦକୁ ନେଇ ଦୁଇ ଭାଇ ବିଶ୍ୱଜିତ ଏବଂ ଜୟଜିତଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା । ଏହି ଘଟଣାରେ ବିଶ୍ୱଜିତଙ୍କ ଗୁଳି ବାଜିବାରୁ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଭାଇ ଜୟଜିତ ଏବଂ ମା’ ହିନା ଦେବୀ ଆହତ ହୋଇଛନ୍ତି ।