ରବି ଫସଲଗୁଡ଼ିକ ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬/୧୦: ଦେଶର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରବି ଫସଲଗୁଡ଼ିକ ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଆସନ୍ତା ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍‌ପି ବୃଦ୍ଧି କରାଯାଇଛି।

ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ହୋଇଛି।  ଏବେ ସୋରିଷରେ ଚାଷୀମାନେ କ୍ୱାଣ୍ଟାଲ ପିଛା ଅଧିକ ୩୦୦ ଟଙ୍କା ଏମଏସ୍‌ପି ଆକାରରେ ପାଇବେ। ପୂର୍ବରୁ ସେମାନେ ସୋରିଷ କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଏବେ ସେମାନଙ୍କୁ ୫୯୫୦ ଟଙ୍କା ମିଳିବ। ଚଣାର ଏମଏସ୍‌ପି ମଧ୍ୟ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଚଣାର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ବଢ଼ିଛି। ଏହାବାଦ ବାର୍ଲିର ଏମଏସ୍‌ପି ୧୩୦ ଟଙ୍କା, ମୁଗର ୨୧୦, ମସୁର ଡାଲିର ଏମଏସ୍‌ପି ୨୭୫ ଟଙ୍କା ଓ କୁସୁମର ଏମଏସ୍‌ପିକୁ କେନ୍ଦ୍ର ସରକାର ୧୪୦ ଟଙ୍କା ବୃଦ୍ଧି କରିଛନ୍ତି।

Leave a Reply

Your email address will not be published. Required fields are marked *