ଭୁବନେଶ୍ୱର,୦୮/୦୨: ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତି ନେଇଛନ୍ତି ମୋହନ ସରକାର । ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ସ୍କିମ ବା ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଣିକି ଏନପିଏସ ଦ୍ୱାରା ପରିଚାଳିତ ସରକାରୀ କର୍ମଚାରୀ ୟୁପିଏସ୍ ବା ଏକୀକୃତ ପେନସନ ପାଇବେ । ଏନପିଏସରେ ଯୋଗ୍ୟ ଥିଲେ ଲାଗୁ ହେବ ଏକୀକୃତ ପେନସନ୍।ଏନପିଏସ୍ ଅଧୀନ କର୍ମଚାରୀ ୟୁପିଏସ୍ କିମ୍ୱା ଏନପିଏସ୍ ମଧ୍ୟରୁ ଗୋଟିଏକୁ ବାଛିବେ। ସର୍ବନିମ୍ନ ୧୦ ବର୍ଷ ଚାକିରି କରିଥିଲେ ମାସିକ ୧୦ ହଜାର ଟଙ୍କା ପେନସନ୍ । ୧୦ ବର୍ଷରୁ ୨୫ ବର୍ଷ ପର୍ୟ୍ୟନ୍ତ ସେବା ଅବଧି ପାଇଁ ଆନୁପାତିକ ହାରରେ ପେନସନ୍ ମିଳିବ। ଅବସର ପୂର୍ବରୁ ୧୨ ମାସ ମିଳିଥିବା ମୂଳ ଦରମାର ୫୦% ପେନସନ୍ ଭାବେ ମିଳିବ। ମୃତ୍ୟୁ ପରେ କର୍ମଚାରୀଙ୍କ ପେନସନର ୬୦% ପାରିବାରିକ ପେନସନ୍ ମିଳିବ । ଏପ୍ରିଲ ପହିଲାରୁ ଏକୀକୃତ ପେନସନ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।