ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା

ଭୁବନେଶ୍ୱର,୧୬/୦୭: ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ ବୈଠକ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଅନେକ ଦେଶର ମୁଖିଆ ସାମିଲ ହେବାକୁ ଯାଉଛନ୍ତି । ମିଳିତ ଜାତିସଂଘରେ ବିଶ୍ୱର ଶତାଧିକ ନେତା, ନୀତି ନିର୍ଧାରକ, ବିଶେଷଜ୍ଞ ଯୋଗଦେବେ। ୟୁଏନଜିଏର ଉଚ୍ଚସ୍ତରୀୟ ବିତର୍କର ପ୍ରଥମ ଦିନ ସେପ୍ଟେମ୍ବର ୨୪ କୁ ରଖାଯାଇଛି । ସେପ୍ଟେମ୍ବର ୨୬ରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିବେ। ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ୟ୍ୟନ୍ତ ଉଚ୍ଚସ୍ତରୀୟ ସାଧାରଣ ବିତର୍କ ଅନୁଷ୍ଠିତ ହେବ।  ଏହା ପୂର୍ବରୁ ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ସମାବେଶକୁ ସମ୍ବୋଧିତ କରିଥିଲେ।