୬୭ଟି ଭୟଙ୍କର ଓ ବିପଜ୍ଜନକ ଡ୍ରୋନ୍ ସହ କିବ୍ ଉପରେ ଆକ୍ରମଣ କଲା ଋଷ

ନୂଆଦିଲ୍ଲୀ,୦୭/୦୯: ଋଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଆହୁରି ମାରାତ୍ମକ ହୋଇଚାଲିଛି। ଏହା ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବାବେଳେ ଥମିବାର ନାଁ ନେଉନି। ଗତକାଲି ରାତିରେ ରୁଷ୍ ୬୭ଟି ଭୟଙ୍କର ଓ ବିପଜ୍ଜନକ ଡ୍ରୋନ୍ ସହ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ କରିଥିଲା। ୟୁକ୍ରେନ ସେନା କହିଛି ଯେ ରୁଷ୍ କିବ୍ ଉପରେ ସାରା ରାତି ଡ୍ରୋନ୍ ଆକ୍ରମଣ କରିଥିଲା। ତେବେ ୟୁକ୍ରେନ ବାୟୁସେନା ସେମାନଙ୍କ ମଧ୍ୟରୁ ୫୮ ଜଣଙ୍କୁ ଖସାଇ ଦେଇଥିବା ଦାବି କରିଛି। ରୁଷ୍ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ୧୧ଟି ଅଞ୍ଚଳରେ ସକ୍ରିୟ କରାଯାଇଛି।

Leave a Reply

Your email address will not be published. Required fields are marked *