ୟୁକ୍ରେନ ଉପରେ ଋଷର ଆକ୍ରମଣ, ୩୦ ମୃତ

ନୂଆଦିଲ୍ଲୀ,୮/୪: ରୁଷ- ୟୁକ୍ରେନ ଭିତରେ ଯୁଦ୍ଧକୁ ୪୧ ଦିନ ହୋଇ ସାରିଲାଣି କିନ୍ତୁ ଏବେ ବି ଥମିନି ଝଡ । ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରୁ ରୁଷୀୟ ସେନା ପଛକୁ ହଟିଛନ୍ତି ସତ ହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ହୋଇ ନାହିଁ । ୟୁକ୍ରେନ ଉପରେ ରୁଷିଆର ଜୋରଦାର ଆକ୍ରମଣ ଜାରି ରହିଛି । ଡୋନେସ୍କ ଓ କ୍ରାମାଟୋର୍ସ୍କ ରେଳଷ୍ଟେସନରେ ବଡ ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେ ଜଣ ଗୁରୁତର ଭାବେ ଆହତ ହୋଇଥିବା ଦାବି କରିଛି ୟୁକ୍ରେନ । ସୂଚନା ଅନୁଯାୟୀ ଡୋନେସ୍କରେ ଫସିଥିବା ୟ୍ରୁକ୍ରେନ ନାଗରିକଙ୍କୁ ୟୁକ୍ରେସନ ସେନା ସେଠାରୁ ଉଦ୍ଧାର କରୁଥିବା ବେଳେ ଏହି ମିଜାଇଲ ଆକ୍ରମଣ ହୋଇଛି ।