ପୁଣି ରୁଷିଆ ସହ କଥାବାର୍ତ୍ତା ନେଇ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ, ୧୯/୩: ପୁଣି ରୁଷିଆ ସହ କଥାବାର୍ତ୍ତା ନେଇ ୟୁକ୍ରେନ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି। ମାତ୍ର ପୁନର୍ବାର ଆଲୋଚନା ନେଇ ରୁଷିଆର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ  ସଫଳତା ମିିଳିପାରି ନାହିଁ।

ଅନ୍ୟପଟେ ୟୁକ୍ରେନର ଅସ୍ତ୍ରାଗାର ଉପରେ ରୁଷିଆର ହାଇପରସୋନିକ୍ ମିଜାଇଲ ମାଡ଼ ଜାରି ରହିଛି। ୟୁକ୍ରେନର ଇଭାନୋ-ଫ୍ରାଙ୍କିଭରେ ଥିବା ଅସ୍ତ୍ରାଗାର ଉପରେ ଆକ୍ରମଣ ହୋଇଛିି। ଓଡ଼େଶା ନିକଟରେ ମିଲିଟାରୀ ରେଡିଓ ଷ୍ଟେସନ ଉପରେ ବି ମିଜାଇଲ ଆକ୍ରମଣ ହୋଇଥିବା ସୂଚନା ମିଳିଛି।