ୟୁକ୍ରେନ ଉପରେ ପୁଣି ରୁଷିଆର ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ, ୬/୩:ୟୁକ୍ରେନ ଉପରେ ପୁଣି ରୁଷିଆ ଜୋରଦାର ଆକ୍ରମଣ କରିଛି। ରୁଷ ସେନାର ଟାର୍ଗେଟ୍‌ରେ ୟୁକ୍ରେନର ବନ୍ଦର ସହର ମରିପଲ ରହିଛି। ମାରିଓପଲ ସହର ଉପରକୁ ରୁଷ ସେନାଙ୍କ ଘନ ଘନ ବୋମାମାଡ଼ ହେଉଥିବା ସୁୁଚନା ରହିିିଛି।ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଏବଂ ଗମନାଗମନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ୟୁକ୍ରେନର ସୁରକ୍ଷା ଓ ଆର୍ଥିକ ସହାୟତା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ରହିଛି । ଜପୋରିଝିଜିଆ ପରମାଣୁ ଶକ୍ତି କେନ୍ଦ୍ରରେ ବର୍ତ୍ତମାନର ସ୍ଥିତି ଉପରେ ବି ଆଲୋଚନା ହୋଇଛି। ସପ୍ତାହକରେ ଉଭୟ ନେତାଙ୍କ ମଧ୍ୟରେ ଏହା ଦ୍ବିତୀୟ ଆଲୋଚନା ।