ଫସି ରହିଛନ୍ତି ଭାରତୀୟ: ଉଦ୍ଧାର କରିବାକୁ ଉଡାଣ ଭରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬/୨: ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଅନେକ ଭାରତୀୟ ନାଗରିକ ସେଠାରେ ଫସିରହିଛନ୍ତି । ସେମାନଙ୍କୁ ୟୁକ୍ରେନରୁ କିପରି ଅଣାଯିବ ଭାରତ ସରକାର ଏନେଇ  ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସେଠାରେ ଫସି ରହିଥିବା ଭାରତୀୟଙ୍କୁ ପ୍ରଥମେ ସଡକ ପଥରେ ପଡୋଶୀ ଦେଶକୁ ଅଣାଯିବ ବୋଲି ଭାରତ ସରକାର ଯୋଜନା କରିିଥିବା ଜଣାପଡିଛି । ଏହା ପରେ ସେମାନଙ୍କୁ ବିମାନ ସାହାଯ୍ୟରେ ପଡୋଶୀ ଦେଶରୁ ଅଣା ଯିବ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାର ଏୟାର ଇଣ୍ଡିଆର ୪ଟି ବିମାନକୁ ପ୍ରସ୍ତୁତ କରିଛନ୍ତି । ଆଜି ଦିଲ୍ଲୀ ଓ ମୁମ୍ବାଇରୁ ରୋମାନିଆ ଓ ହଙ୍ଗେରୀକୁ ବି୭୮୭ ବିମାନ ଉଡାଣ ଭରିବ ବୋଲି କହିଛି ଏୟାର ଇଣ୍ଡିଆ । ଆଉ ଏହି ପ୍ରଥମ ପର୍ଯାୟରେ ୪୭୦ ଭାରତୀୟଙ୍କୁ ଅଣାଯିବାର ସୂଚନା ରହିଛି ।