କିଭ୍‌ ଉପରକୁ ରୁଷିଆର ଘନ ଘନ ଆକ୍ରମଣ

ନୂଆଦିଲ୍ଲୀ,୧୩/୩:ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ନେବାରେ ଲାଗିଛି। ଏହାରିମଧ୍ୟରେ କିଭ୍‌ ଉପରକୁ ରୁଷିଆ ଘନ ଘନ ଆକ୍ରମଣ କରିଥିବା ସୂଚନା ମିଳିଛି । କିଭ୍ ନିକଟରେ ରୁଷିଆ ପକ୍ଷରୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗ୍ରୀନ କରିଡ଼ରରେ ଗୁଳିମାଡ଼ ହୋଇଥିବା ଦାବି କରିଛି ୟୁକ୍ରେନ୍ ।

ଅନ୍ୟପଟେ ଆଜି।ୟୁକ୍ରେନକୁ ପୁଣି ସାହାଯ୍ୟର ହାତ ବଢାଇଛି ଆମେରିକା । ୟୁକ୍ରେନକୁ ଅତିରିକ୍ତ ଅସ୍ତ୍ରଶସ୍ତ୍ର, ଯନ୍ତ୍ରପାତି ପାଇଁ ଆମେରିକା ଅନୁମତି ଦେଇଛି। ୨୦୦ ମିଲିୟନ୍ ଡଲାରର ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତି ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି।

ଏହାସହ ରୁଷିଆର ରାଷ୍ଟ୍ରପତିଙ୍କୁ ଜେରୁଜେଲମ୍‌ରେ ଆଲୋଚନାର  ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନ୍ନେଟଙ୍କୁ ମଧ୍ୟସ୍ଥତା କରିବାକୁ କହିଛନ୍ତି ଜେଲେନ୍‌ସ୍କି।