ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ, ୭/୩: ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ୧୨ ଦିନରେ ପହଁଞ୍ଚି ସାରିଛି। ଏହା କାରଣରୁ ପ୍ରାୟ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ସାରିଛନ୍ତି। ରୁଷ ପୁଣିଥରେ ୟୁକ୍ରେନ୍ର ୪ଟି ସହରରେ ସାମୟିକ ଅସ୍ତ୍ରବିରତିର ଘୋଷଣା କରିସାରିଛି। ଏହି ୪ଟି ସହରରେ ରାଜଧାନୀ କିଭ୍, ମାରିୟୁପୋଲ, ଖାରକିଭ୍ ଓ ସୁମି ରହିଛି। ସୂଚନାନୁଯାୟୀ , ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସିଟି ସେଣ୍ଟରରେ ଜୋରଦାର ବିସ୍ଫୋରଣ ହୋଇଛି। ସକାଳ ୬ଟା ୫୫ ମିନିଟ(ସ୍ଥାନୀୟ ସମୟ ଅନୁସାରେ) ବିସ୍ଫୋରଣର ତୁରନ୍ତ ପରେ ତେଲ ଡିପୋରେ ନିଆଁ ଲାଗିଯାଇଥିଲା। ଏହି ଆକ୍ରମଣ ସମ୍ପର୍କିତ ଏକ ଭିଡିଓ ଏବେ ସାମନାକୁ ଆସିଛି। ବିସ୍ଫୋରଣ ପରେ ଆକାଶରେ କଳା ଧୂଆଁ ଦେଖିବାକୁ ମିଳିଥିଲା। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।