ଋଷ ଉପରେ ୟୁକ୍ରେନର ୯-୧୧ ପରି ଆକ୍ରମଣ, ଉଦ୍ଧାର ପାଇଁ ପ୍ରୟାସ ଜାରି

ନୂଆଦିଲ୍ଲୀ,୨୧/୧୨: ଋଷ ଉପରେ ୟୁକ୍ରେନ ବଡ ଧରଣର ଆକ୍ରମଣ କରିଛି । କଜାନରେ ୯-୧୧ ପରି ଆକ୍ରମଣର ପ୍ରତିଛବି ଦେଖିବାକୁ ମିଳିଛି । ବିଲ୍ଡିଂରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍ । ୟୁକ୍ରେନ୍ ଟାର୍ଗେଟ୍ କରିଥିବା ୩ଟି ବହୁତଳ ବିଲ୍ଡିଂ ଥରି ଉଠିଛି । ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ୍ ଆକ୍ରମଣ ନେଇ ସୂଚନା ଦେଇଛି ମସ୍କୋ ମିଡିଆ । ମିଳିଥିବା ସୂଚନା ଏବଂ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓ ଆଧାରରେ କେବଳ ଗୋଟିଏ ନୁହେଁ ୮ଟି ଡ୍ରୋନ୍ ମାଡ କରିଛି ୟୁକ୍ରେନ୍ । କାଜନରେ ଏହି ୮ଟି ଡ୍ରୋନ୍ ମାଡ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଡ୍ରୋନ୍ କିଭଳି ଭାବେ ଆସି ବିଶାଳ ବିଲ୍ଡିଂରେ ମାଡ ହେଉଛି ଏବଂ ବିସ୍ଫୋରଣ ଘଟୁଛି । ତେବେ ୮ଟି ଡ୍ରୋନରୁ ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ସୂଚନା ରହିଛି । ତେବେ ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି କିମ୍ୱା କେତେ ଲୋକ ଆହତ ହୋଇଛନ୍ତି ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *