ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ମିଶନ

ନୂଆଦିଲ୍ଲୀ, ୨୨/୨:ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି । ଆମେରିକା ନେତୃତ୍ୱାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ଯାହା ଫଳରେ ଚରମ ସୀମାରେ ପହଞ୍ଚିଛି ଋଷ-ୟୁକ୍ରେନ ବିବାଦ । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଛି । ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବି-୭୮୭ ଆଜି ସକାଳୁ ୟୁକ୍ରେନ ଯାଇଛି । ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ରାତି ୧୦ରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣି ନୂଆଦିଲ୍ଲୀରେ ପହଞ୍ଚିବ ।