ୟୁକ୍ରେନ ଗସ୍ତରେ ଭ୍ଲାଦିମୀର ପୁଟିନ୍

ନୂଆଦିଲ୍ଲୀ,୧୯/୩:ଆଜି ୟୁକ୍ରେନ ଗସ୍ତ କରିଛନ୍ତିି ଭ୍ଲାଦିମୀର ପୁଟିନ୍ । ରୁଷ୍ କବଜା କରିସାରିଥିବା ୟୁକ୍ରେନର ମାରିୟୁପୋଲ ସହରରେ ବୁଲିଛନ୍ତି । ସେଠାରେ ଉପସ୍ଥିତ ରୁଷୀୟ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ଭୂମିରେ ପୁଟିନଙ୍କର ଏହା ପ୍ରଥମ ଗସ୍ତ ବୋଲି କୁହାଯାଉଛି । ୟୁକ୍ରେନର ମାରିୟୁପୋଲ ଏବେ ରୁଷ ସେନା କବଜାରେ ରହିଛି । କିନ୍ତୁ ଏବେ ବି ସେଠାରେ ହିଂସା ଜାରି ରହିଛି । ମାରିୟୁପୋଲକୁ ପୁଣି ଥରେ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନ ସେନା ।