ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ

ଭୁବନେଶ୍ୱର, ୨୯/୦୬: ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ପରୀକ୍ଷାରେ ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଫର୍ମାଟରେ ଉଭୟ ପରୀକ୍ଷା ନିଆଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଗତ ୧୮ ତାରିଖରେ ଏନଟିଏ ଦ୍ୱାରା ପରିଚାଳିତ ୟୁଜିସି- ନେଟ୍ ହୋଇଥିଲା ।  ଏଥିରେ ପାଖାପାଖି ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ । ମାତ୍ର ଅନିୟମିତା ଅଭିଯୋଗ ହେବା ମାତ୍ରେ ୨ ଦିନ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏନଟିଏର ବିଜ୍ଞପ୍ତି ଅନୁସାରେ ଏନସିଇଟି ୨୦୨୪ ପରୀକ୍ଷା ଜୁଲାଇ ୧୦ ତାରିଖରେ ହେବ । ସେହିପରି ଜୁଲାଇ ୬ ତାରିଖରେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।