ଆସନ୍ତା ୨୦ରୁ କ୍ଲାସରୁମରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷର ପିଲା

ଭୁବନେଶ୍ୱର, ୧୯/୯: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସବୁ ସ୍କୁଲ ଓ କଲେଜ ବନ୍ଦ ଥିଲା । ଏବେ ଟିକେ ସଂକ୍ରମଣ କମିବା ପରେ ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ସବୁ ଧୀରେ ଧୀରେ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ଆସନ୍ତା ୨୦ରୁ କ୍ଲାସରୁମରେ ୟୁଜି ପ୍ରଥମ ବର୍ଷର ପିଲା ପାଠ ପଢିବେ। କଲେଜରେ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହେବ ବୋଲି ସୂଚନା ମିଳିଛି । କରୋନା କଟକଣା ସହ କ୍ଲାସ ରୁମରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ହଷ୍ଟେଲ୍ ଗୁଡିକ ଆସନ୍ତା କାଲିଠାରୁ ଖୋଲିଯିବ । ରାଜ୍ୟରେ ଥିବା ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡିକ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ କୁ ପାଳନ କରିବା ବାଧ୍ୟତାମୂଳକ ରହିଛି ।