ନଭେମ୍ବର ପହିଲାରୁ UG, PG ପାଠପଢ଼ା

ଭୁବନେଶ୍ୱର, ୨୭/୧୦: କରୋନା ସଂକ୍ରମଣ ଯୋଗୁ ସବୁ ସ୍କୁଲ, କଲେଜ ଓ ୟୁନିଭରସିଟି ବନ୍ଦ ରଖାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଉପରେ ବେଶ ପ୍ରଭାବ ପକାଇଛି। ତେଣୁ ସ୍ଥିତି କିଛି ମାତ୍ରାରେ ସୁଧୁରିବା ପରେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ କରାଯାଉଛି। ଅନ୍ୟପଟେ ପିଲାଙ୍କ ପାଠ ପଢା କୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲାଯାଉଛି। ଏହାରିମଧ୍ୟରେ ନଭେମ୍ବର ୧ରୁ ପ୍ରଥମ ବର୍ଷ UG ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ସେପଟେ ନଭେମ୍ବର ୧୫ରୁ ଆରମ୍ଭ ହେବ ପ୍ରଥମ ବର୍ଷ PG ପାଠପଢ଼ା । କୋଭିଡ୍ କଟକଣା ମାନି ଶ୍ରେଣୀଗୃହରେ ପାଠପଢ଼ା ହେବା ନେଇ ନିଷ୍ପତ୍ତି ନିଆଯାଇଛି।