ରାଜ୍ୟରେ ଅନ୍‌ଲାଇନ୍‌ରେ ହେବ UG/PG ପରୀକ୍ଷା

ଭୁବନେଶ୍ୱର, ୧୮/୬:  ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁ ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ଉପରେ ବହୁ ପ୍ରଭାବ ପଡିଛି। ତେଣୁରାଜ୍ୟରେ ଅନ୍‌ଲାଇନ୍‌ରେ ୟୁଜି/ପିଜି ପରୀକ୍ଷା କରାଯିବ। କୂଳପତିମାନଙ୍କ ମତାମତ ପରେ ଉଚ୍ଚଶିକ୍ଷା ବିଭାଗ ଏହିପରି ନିଷ୍ପତ୍ତି ନେଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡ଼ରେ ହେବ ୟୁଜି/ପିଜି ପରୀକ୍ଷା । ସେହିପରି ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡ଼ରେ କରାଯିବ ପରୀକ୍ଷା ବୋଲି ଜଣାପଡ଼ିଛି। ବିଶ୍ବବିଦ୍ୟାଳୟ ଓ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷା ତାରିଖ ସ୍ଥିର କରିବେ ।ଯଦି ଘରେ ସୁବିଧା ନଥିବ ତେବେ ଛାତ୍ରଛାତ୍ରୀ ମାନେ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି।