ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ,୨୯/୦୬: ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକ୍‌ରେ । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ମିଳିନଥିଲା। ରହିତାଦେଶ ଦେବାକୁ ମନା କରିକଲେ ସୁପ୍ରିମକୋର୍ଟ। କିନ୍ତୁ ଆସନ୍ତାକାଲି ଫ୍ଲୋର ଟେଷ୍ଟ ପୂର୍ବରୁ ପଦ ଛାଡିଲେ ଉଦ୍ଧବ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଇସ୍ତଫା ଦେଇଛନ୍ତି । ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । କାଲି ୧୧ଟାରୁ ଫ୍ଲୋର ଟେଷ୍ଟ ହୋଇଥାନ୍ତା । ହେଲେ ଏହାପୂର୍ବରୁ ପଦ ଛାଡିଛନ୍ତି ଉଦ୍ଧବ ।